ନବ ନିର୍ବାଚିତ ବାଚସ୍ପତିଙ୍କୁ ପାଛୋଟିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିକ୍ରମ କେଶରୀ ଆରୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା l

ମୁଖ୍ୟମନ୍ତ୍ରୀ ନିଜେ ବାଚସ୍ପତିଙ୍କୁ ପାଛୋଟି ନେଇଥିଲେ l ପବିତ୍ର ଗୃହର ଗରିମା ଅକ୍ଷୁଣ୍ଣ ରଖିବା ସହ ସାମ୍ବିଧାନିକ ପଦ, ମର୍ଯ୍ୟାଦା ପ୍ରତି ସମ୍ମାନ ରଖି ତାଙ୍କ ଉତ୍ତମ ଗୃହ ପରିଚାଳନା ଗଣତନ୍ତ୍ରକୁ ଆହୁରି ମଜବୁତ କରିବ ବୋଲି ସମସ୍ତେ ଆଶାପୋଷଣ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version