ତିନି ଦିନ ତଳେ କଟକରେ ସିଏମସି ବୈଠକରେ ମେୟର ସୁବାଷ ସିଂ ଅଧିକାରୀ ମାନଙ୍କୁ ତାଗିଦ କରିବାକୁ ଯାଇ ମାଲକାନଗିରି ବଦଳି କରିଦେବେ ବୋଲି ଧମକ ଦେଇଥିଲେ l
ତେବେ ଏଭଳି ମନ୍ତବ୍ୟ ବିରୋଧରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି ଏବଂ ଲୋକମାନେ ପ୍ରଶ୍ନ କରିଛନ୍ତି ମାଲକାନଗିରି କଣ ଓଡିଶା ଭିତରେ ନୁହେଁକି l ଗତକାଲି ମାଲକାନଗିରି ଓ ଆଜି ନବରଙ୍ଗପୁରରେ ଯୁବ କଂଗ୍ରେସ କର୍ମୀମାନେ ସୁବାଷଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି l