ନନ ଡ୍ୟୁଟି ମଦ ଜବତ, ଦୁଇ ଗିରଫ

କେନ୍ଦୁଝର ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଗତକାଲି ରାତିରେ ସଦର ଥାନା ପଦ୍ମପୁର ନିକଟ ପୁଟୁଳିଆ ଗ୍ରାମର ରାଜପୁତ ଢାବା ଓ ଢାବା ମାଲିକଙ୍କ ଘରୁ ନନ ଡ୍ୟୁଟି ମଦ ଜବତ କରିଛନ୍ତି।

ଏହି ମଦ ଏକ ସ୍କର୍ପିଓ ଜିପରେ ବୋଝେଇ ହୋଇ ଝାରଖଣ୍ଡରୁ ଆସିଥିବା ବେଳେ ଧରିଥିଲେ। ଏହାର ଆନୁମାନିକ ମୂଲ୍ୟ ୧.୨୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜିପ ଚାଳକ ସମେତ ଦୁଇ ଜଣଙ୍କୁ ଗିରଫ କରି ଥିବା ବେଳେ ଜିପକୁ ଜବତ କରାଯାଇଛି। ଚନ୍ଦନ କୁମାର ମଣ୍ଡଳ ମୋବାଇଲ ସ୍କ୍ୱାର୍ଡ ଇନ୍ସପେକ୍ଟର କହିଛନ୍ତି ଯେ, ପାଖାପାଖି ୧୨୦ ଲିଟରରୁ ଉର୍ଦ୍ଧ୍ବ ମାଲ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes