ନଦୀସୁରକ୍ଷା ସମିତି ପକ୍ଷରୁ ବୈତରଣୀ ନଦୀ ସଫେଇ କାର୍ଯ୍ୟକ୍ରମ

ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଶନିବାର ଭାଜପା ନଦୀ ସୁରକ୍ଷା ସମିତି ତରଫରୁ କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ମୁଖ୍ୟାଳୟ ପୁଣ୍ୟତୋୟା ବୈତରଣୀ ନଦୀ ସଫେଇ ସହ ପରମେଶ୍ଵର ଶିବ ମନ୍ଦିରସନ୍ନିକଟ ନଦୀକୂଳ ପଠାରେ ବୃକ୍ଷ ରୋପଣ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଦୀ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ,ସଂଯୋଜକ ସୁବ୍ରତ ମହାନ୍ତି, ଶବିର ଦାଶ, ଅଖିଳଚନ୍ଦ୍ର ନାଏକ, ଦୁର୍ଗା ଚରଣ ନାଏକ, ଅଭୟ କୁମାର ବେହେରା,ଓ ହରିହର ମହାନ୍ତଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes