ଆଜି ସକାଳେ ତାଳଚେରର ସମଲ ବ୍ୟାରେଜକୁ ଜଣେ ଯୁବତୀ ଅଚାନକ ଡେଇଁ ପଡ଼ିଥିଲେ l ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବ୍ୟାରେଜ କର୍ତ୍ତୃପକ୍ଷ ତୁରନ୍ତ ଖୋଲା ଥିବା ଗେଟ ବନ୍ଦ କରି ଦେଇଥିଲେ l
ଲୋକମାନେ ବ୍ୟାରେଜ ତଳକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରି ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି l ଯୁବତୀଙ୍କ ଘର ସ୍ଥାନୀୟ ଅଞ୍ଚଳରେ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି l