ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଏହା ନକଲି ଚାଷୀଙ୍କ ଆନ୍ଦୋଳନ।ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣି ନାହାନ୍ତି, ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେ ନାହିଁ। ବିଜେଡି ସମୟରେ ଚାଷୀ ହତାଶ, ଦଲାଲ ମାଲେମାଲ ହେଉଥିଲେ। ମୋହନ ସରକାରରେ ଚାଷୀ ଉତ୍ସାହିତ, ଅଧିକ ୮୦୦ ଟଙ୍କା ପାଉଛି। କଂଗ୍ରେସର ସ୍ଥିତି ନଥିବାରୁ ସେମାନଙ୍କ ପଛରେ ଲାଉ ହେଉଛି। ଏହି ବନ୍ଦ୍ର କିଛି ପ୍ରଭାବ ପଡ଼ିବ ନାହିଁ କହିଛନ୍ତି ମନୋଜ ମହାପାତ୍ର।