ଧାନ ଚୋରଙ୍କୁ ଧରି ଉତ୍ତମ ମଧ୍ୟମ ଦେଲେ ଗାଁ ଲୋକେ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଧାନବେଣୀ ଗ୍ରାମ ବିଲରୁ ମଙ୍ଗଳବାର ଭୋରରୁ ଜଣେ ଧାନ ଚୋର ୨ଟି ଧାନ କଳଇ ଚୋରି କରୁଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି।

ଅମଳ ପାଇଁ ବିଲରେ କାଟି ରଖା ଯାଇଥିବା ଧାନ ବିଡା ଗୁଡିକୁ ରାତିରେ ସେହି ଗ୍ରାମର ବୈକୁଣ୍ଠ ମହାନ୍ତ ଚୋରୀ କରୁଥିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଥିଲେ l ଗ୍ରାମବାସୀ ତାଙ୍କୁ ଧରି ମାଡ଼ ମାରିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପାଟଣା ପୋଲିସ ପହଁଚି ବୈକୁଣ୍ଠଙ୍କୁ ଉଦ୍ଧାର କରି ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର ଲରେ ଭର୍ତ୍ତୀ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes