ଦେଶରେ ସମାବେଶୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ହେବ: ଓମ୍‌ ବିର୍ଲା

ଏସସି, ଏସଟି ଜାତୀୟ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଆହ୍ବାନ ଦେଇଛନ୍ତି। ଦେଶକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଥୀରେ ନେଇ ଚାଲିବା। ସମସ୍ତଙ୍କୁ ନ୍ୟାୟ, ସମସ୍ତଙ୍କୁ ସେମାନଙ୍କ ଅଧିକାର ଦେବାକୁ ହେବ।

ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମାଟିରୁ ଆସିଛନ୍ତି। ଦେଶର ଲୋକତନ୍ତ୍ର, ଗଣତନ୍ତ୍ରର ଶକ୍ତି ପୂରା ବିଶ୍ୱକୁ ଅବଗତ କରାଉଛନ୍ତି। SC/ST ବଜେଟ୍‌ ଆବଣ୍ଟନର ସମୀକ୍ଷା ଏବଂ ରୋଜଗାର ଆର୍ଥିକ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଜରୁରୀ। କେଉଁ ଯୋଜନା କଲେ ଦଳିତ ଆଦିବାସୀ ଉପକୃତ ହେବେ ଚିନ୍ତା କରିବା ସହ ଆବଶ୍ୟକତା ଅନୁସାରେ ସେମାନଙ୍କୁ ଅଧିକାର ଦେବାକୁ ହେବ କହିଛନ୍ତି ବାଚସ୍ପତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes