ବିଜୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ନବୀନ ପଟ୍ଟନାୟକ କହିଛନ୍ତି। ଦେଶଭକ୍ତ ହିଁ ବିଜୁ ବାବୁଙ୍କ ବଡ଼ ପରିଚୟ, ଦେଶଭକ୍ତ, ସାହସ, ଓ ସ୍ବାଭିମାନ ପାଇଁ ସେ ଆଜି ଅମର। ଆଜିର ଦିନରେ ମହିଳା ସଂରକ୍ଷଣ ବିଲ୍ ଆସିବା ଏକ ସଂଯୋଗ। ୯୦ ଦଶକରେ ବିଜୁବାବୁ ମହିଳାଙ୍କୁ ଗୁରୁତ୍ବ ଦେଇଥିଲେ, ବିଜେଡି ମହିଳା ସଶକ୍ତୀକରଣରେ ବିଶ୍ବାସ କରେ, ତେଣୁ ଆମେ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରୁଛୁ କହିଛନ୍ତି ନବୀନ।