ଦେବଗଡ଼ ବିଧାୟକ ଗିରଫ ଘଟଣାରେ ପ୍ରଶ୍ନ ଉଠାଇଲା ବିଜେପି

ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଆଜି ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କରିଛି ଦେବଗଡ଼ ପୁଲିସ୍।

ବିଧାୟକ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଇଥିବା ନେଇ ଦେବଗଡ଼ ଏସ୍‌ଡିପିଓ ସୂଚନା ଦେବା ପରେ ବିଜେପି ପୁଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି। ବିଧାୟକ ଆଗ ଏଫ୍ଆଇଆର ଦେଇଥିଲେ, ପରେ ଦେଇଥିଲେ ବିଡିଓ, ପୁଲିସ୍ ତଦନ୍ତ କଲା କେତେବେଳେ ଓ ବିଧାୟକଙ୍କ ସଂପୃକ୍ତି ଜାଣିଲା କିପରି, ଗିରଫ ପାଇଁ ଏହା ବିଜେଡିର ପୂର୍ବ ସୁପରିକଳ୍ପିତ ଯୋଜନା ବୋଲି ବିଜେପି କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes