ସଦର ଥାନା ଅନ୍ତର୍ଗତ ଜଡ଼ି ଚାତର ଗ୍ରାମ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜିଲ୍ଲାମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସାଧୀନ ଅଛନ୍ତି।
ମୃତକଙ୍କ ନାମ ସ୍ମୃତି ରଞ୍ଜନ ବାରିକ ଓ ଆହତ ହେଉଛନ୍ତି ପ୍ରକାଶ ସାହୁ। ସେମାନେ ଏନଏଚ ୨୦ ରେ ଯୋଡ଼ା ଅଭିମୁଖେ ଯାଉଥିବା ବେଳେ ଧକ୍କା ଦେଇଥିଲା। ପୁଲିସ ଗାଡ଼ି ଜବତ କରି ତଦନ୍ତ କରୁଛି।