ବରଗଡ଼ ଜିଲ୍ଲା ୫୪ନଂ ଜାତୀୟ ରାଜପଥରେ ସିନ୍ଦୁର ବାହାଲ ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ଉଦେପୁର ଗ୍ରାମର ଜୟରାମ ବଢ଼େଇଙ୍କ ଏକ ମାତ୍ର ପୁତ୍ର ନରେନ୍ଦ୍ର ବଢ଼େଇ ଗୋଡ଼ଭଗା ରୁ ଉଦେପୁର ଆସୁଥିବା ବେଳେ ଗତକାଲି ଦୁର୍ଘଟଣା ଗ୍ରସ୍ତ ହୋଇ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ତାଙ୍କ ଶବ ସତ୍କାର କରାଯାଇଛି। ତାଙ୍କ ବିୟୋଗରେ ଉଦେପୁରରେ ଗଭୀର ଶୋକ ପ୍ରକାଶ ପାଇଛି।