ଦୁର୍ଗାପୂଜା ପାଇଁ କମିଶନରେଟ ପୁଲିସର ପ୍ରସ୍ତୁତି ବୈଠକ

ବୈଠକରେ ଭସାଣି ବେଳେ ମେଢ଼ରେ ବିଦ୍ୟୁତ ତାର ନଲାଗିବା ଉପରେ ଗୁରୁତ୍ୱ ଦିଆଯିବା ସହ ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ପାଇଁ ପ୍ରତି ୱାର୍ଡକୁ ୫ ଲକ୍ଷ ଟଙ୍କା ଦିଆଯିବା ନେଇ ଆଲୋଚନା ହୋଇଛି।

ବଡ ବଡ ପୂଜା ମଣ୍ଡପରେ ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା କରାଯିବ। ସେହିପରି ଅଳିଆ ଉଠାଇବା ପାଇଁ ସ୍ୱତନ୍ତ୍ର ଡ଼ଷ୍ଟବିନ ବ୍ୟବସ୍ଥା କରାଯିବ। ପୂଜାରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ କରାଯାଇଛି। ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତି ୧୨ଟା ପର୍ଯ୍ୟନ୍ତ ଲାଇଟ ଓ ସାଉଣ୍ଡ ପାଇଁ ଅନୁମତି ଦେଇଛି ପୁଲିସ। ଆଜିର ବୈଠକରେ ପୁଲିସ କମିଶନର, ଅତିରିକ୍ତ କମିଶନର, ଡିସିପିଙ୍କ ସହ ମେୟର, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes