ଦନ୍ତା ଆକ୍ରମଣରେ ମହିଳା ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ସୋମବାର ରାତ୍ରି ଏକ ଗୋଠ ଛଡା ଦନ୍ତା ହାତୀର ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତୀ ହୋଇଛନ୍ତି।

ଗୁରୁତର ମହିଳା ହେଲେ ତୁଳସୀ ମହାରଣା (୪୫) ସୂଚନା ଅନୁସାରେ, ତୁଳସୀ ଡୁମୁରିଆ ହାଟରୁ ଘରକୁ ଫେରୁଥିବା ସମୟରେ ଏକ ଗୋଠ ଛଡା ଦନ୍ତା ଆକ୍ରମଣ କରିଥିଲା l ତାଙ୍କର ଛାତି ଲରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରେ ବନପାଳ ପିଅନ ନାଏକ ପହଞ୍ଚି ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes