ଦକ୍ଷିଣ କୋରିଆ ପାଟନରସିପ ତାଇକୋଣ୍ଡୋରେ ଭାଗ ନେବେ ଏହେସାସ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ଗାଁର ଆନ୍ତର୍ଜାତୀୟ ତାଇକଣ୍ଡୋ କ୍ରୀଡାବିତ ଏହେସାସ ହୋତାଙ୍କୁ ମିଳିଛି ଆଉ ଏକ ସଫଳତା ।

ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଦକ୍ଷଣ କୋରିଆର ମୁଜୁ ସ୍ଥିତ ତାଇକୋଣ୍ଡୋଓନ ଠାରେ ହେବାକୁ ଥିବା ତାଇକୋଣ୍ଡୋ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଶ୍ୱ ତାଇକୋଣ୍ଡୋ ସଂଘ ପକ୍ଷରୁ ଆୟୋଜିତ ଏହି ପାଟନରସିପ ତାଇକୋଣ୍ଡୋ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ବଛା ବଛା ତାଇକୋଣ୍ଡୋ କୋଚମାନଙ୍କୁ ବିଶ୍ୱର ମାନ୍ୟତା ପ୍ରାପ୍ତ କୋଚମାନେ ଉନ୍ନତମାନର ତାଲିମ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes