ଦକ୍ଷତା ବିକାଶ କ୍ଷେତ୍ରରେ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର

ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ରୂପାୟନ ଏବଂ ସେଗୁଡ଼ିକର ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର ମିଳିଛି ।ନିକଟରେ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ଷ୍ଟେଟ୍ ଅଫ୍ ଦ ଷ୍ଟେଟ୍ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଦକ୍ଷତା ବିକାଶ କ୍ଷେତ୍ରରେ ‘ବେଷ୍ଟ ଇମ୍ପ୍ରୁଭ୍‌ଡ୍ ଡିଷ୍ଟ୍ରିକ୍ଟ’ ଭାବେ ସୁନ୍ଦରଗଡ଼କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ସଫଳତା ଲାଗି ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ସହଯୋଗୀ ଅନୁଷ୍ଠାନଗୁଡ଼ିକୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes