କବିସୂର୍ଯ୍ୟନଗର ଥାନା ଥାର୍ଡ ଡିଗ୍ରୀରେ ଘଟଣାରେ IPS ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ SI ସମୀର କୁମାର ରାଉତ,ବାଲିଚାଇ ଫାଣ୍ଡି ASI ବୈକୁଣ୍ଠ ଜେନା, କନେଷ୍ଟବଲ ସୁମନ କୁମାର ସାହୁଙ୍କୁ ସସ୍ପେଣ୍ଡ୍ କରାଯାଇଛି।
ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି। କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ଡିର ସବୁ ପୋଲିସଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି।