ନିଜ ଘର ପରିବାରଙ୍କୁ ଛାଡ଼ି ୨୪ ଘଣ୍ଟା ଜନସାଧାରଣଙ୍କୁ ସୁରକ୍ଷା ଆଉ ଆଇନ ଶୃଙ୍ଖଳା ଯୋଗାଉଥିବା ପୋଲିସଙ୍କୁ ବୁଧବାର ପବିତ୍ର ରକ୍ଷାବନ୍ଧନର ଅବସରରେ ରାକ୍ଷୀ ବାନ୍ଧିଭାଇ କରିଛନ୍ତି ତୁରୁମୁଙ୍ଗା ସ୍ଥିତ ବିଦ୍ୟାବାଟୀକା ଛାତ୍ରୀ ,ଛାତ୍ର ଓ ଶିକ୍ଷୟିତ୍ରୀମାନେ ।
ତୁରୁମୁଙ୍ଗା ଥାନା ଅଧିକାରୀ ଇନ୍ଦ୍ରଜିତ ବେହେରା ଓ ଅନ୍ୟପୋଲିସ୍ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ବିଦ୍ୟାବାଟୀକା ତରଫରୁ ରକ୍ଷା ବନ୍ଧନରେ ଭଉଣୀ ନିଜ ସୁରକ୍ଷା ପାଇଁ ଭାଇ ହାତରେ ରାଖି ବାନ୍ଧିବାର ନିଆରା ପରମ୍ପରା ସାଧାରଣରେ ପ୍ରଶଂସିତ ହୋଇଛି।