ଥାଇଲାଣ୍ଡରେ ଓଡିଆ ଶ୍ରମିକ ଫସିରହିବା ଘଟଣାରେ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ବୈଦଶିକ ମନ୍ତ୍ରାଳୟକୁ ଚିଠି ଲେଖି ଅବଗତ କରିଛନ୍ତି।
ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର ଓ ଲେବର କମିଶନରଙ୍କ ପକ୍ଷରୁ ଚିଠି ହୋଇଛି। ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରି ଫେରାଇ ଆଣିବାକୁ ଚିଠିରେ ଉଲ୍ଲେଖ ରହିଛି। ଥାଇଲାଣ୍ଡରେ ଫସିରହିଛନ୍ତି କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ଜଣେ ଶ୍ରମିକ।