ତ୍ରୀପୁରାସୁର ଦରବାର ପାଇଁ କଳାକାର ବରଣ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ଠାରେ ମାଁ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ତ୍ରୀପୁରାସୁର ଦରବାର ଉପଲକ୍ଷେ କଳାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଆ, ନଡ଼ିଆ ଓ ଉପଢୌକନ ଦେଇ ତ୍ରୀପୁରାସୁର ଭୂମିକା ଅଭିନୟ କରୁଥିବା କଳାକାର ମନୋରଞ୍ଜନ ଚିରଗୁନଙ୍କୁ ବରଣ କରାଯାଇଥିଲା । ଏଥିରେ ସୁଶାନ୍ତ ପୁରୋହିତ ପୂଜା କାର୍ଯ୍ୟ ତୁଲାଇଥିଲେ । ଆସନ୍ତା ଅକ୍ଟୋବର ୨୦ରୁ ଉକ୍ତ ଦରବାର ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । କମିଟି ସଭାପତି ଗୈାରୀଶଙ୍କର ପାଣିଗ୍ରାହୀ, ସମ୍ପାଦକ ସଞ୍ଜିବ ସାହୁ, ମୁଖ୍ୟ ପରିଚାଳକ ବିନୋବାନନ୍ଦ ପଧାନ, ସୁଧିର ପାଣିଗ୍ରାହୀ, ସହଦେବ ମହାକୁର, ଆଶିଷ ସାହୁ, ଗଣେଷ ବେହେରା, ଯଜ୍ଞେଶ୍ଵର ନାଏକ, ରହିମ ପ୍ରଧାନ, ଉମାକାନ୍ତ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes