ପାର୍ବଣ କଟକଣା ଉପରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଗୁଡ଼ିକ ହେଲା, ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ ପ୍ରଶାସନ, ରୋଡ୍କ୍ରସ୍ ତୋରଣ ନିର୍ମାଣ ଉପରେ କଟକଣା ବଳବତ୍ତର ରହିଥିବା ବେଳେ ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ। ଫୁଟ୍ ପାଥ ଓ ରାସ୍ତା ଉପରେ ହେବନି ତୋରଣ, ଇଲେକ୍ଟ୍ରି ଗେଟ୍ ନିର୍ମାଣ ବେଳେ ଲୋକଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ହେବ। ଲୋକଙ୍କ ସୁରକ୍ଷାକୁ ଆଖିରେ ରଖି ଅନୁମତି ଦେବ ପ୍ରଶାସନ। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଅତିରିକ୍ତ ତାରିଖ ଘୋଷଣା କରିବ ସରକାର।