ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତିନି ଦିନିଆ କେନ୍ଦୁଝର ଜିଲା ଗ୍ରସ୍ତରେ ଆସି ପୂର୍ବାହ୍ନ ୧୧ଟା ଏକ ସ୍ବତନ୍ତ୍ର ବିମାନରେ ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ସେଠାରୁ ପାଟଣା ଅଭିମୁଖେ ରାସ୍ତା ପଥରେ ଯାଇଛନ୍ତି।
ଏୟାରଷ୍ଟ୍ରିପରେ ତାଙ୍କୁ ଭାଜପା ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା ଏବଂ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପାଟଣା ରେ ବୈତରଣୀ ନଦୀ ଘାଟରେ ମକର ବୁଡ ଦେଇ ଦଳୀୟ କର୍ମୀ ହରି ମହାନ୍ତଙ୍କ ଘରେ ରହଣି କରି କେନ୍ଦୁଝର ଫେରିବେ ବୋଲି ସୂଚନା ମିଳିଛି। ଅପରାହ୍ନରେ ଝୁମ୍ପରା ଯାଇ ଏକ ପୋଲର ଶୁଭାରମ୍ଭ କରି ସନ୍ଧ୍ୟାରେ ପୈତୃକ ଗ୍ରାମ ରାଇକଳା ଯିବେ।