ତାରାତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦେବୀ ପୀଠ ମା ତାରାତାରିଣୀ ପୀଠର ପ୍ରତିଷ୍ଠା ଉତ୍ସବରେ ଆଜି ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯାଇ ସେଠାରେ ପହଂଚିଥିଲେ l ସେ ଠାକୁର ଦର୍ଶନ କରିବା ସହ ରୂପାନ୍ତରିତ ହୋଇଥିବା ମନ୍ଦିର, ଯଜ୍ଞ ମଣ୍ଡପ, ସ୍ନାନ ମଣ୍ଡପ ଆଦିକୁ ଉଦଘାଟନ କରିଥିଲେ l

ଉତ୍ସବରେ ସେବାୟତ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି l 5 ଟି ସଚିବ ଭିକେ ପାଣ୍ଡିଆନ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ ମନ୍ତ୍ରୀ ବିକ୍ରମ ଆରୁଖ ଉତ୍ସବରେ ଉପସ୍ଥିତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version