ଡ୍ରେନ ଭାଙ୍ଗି ଡ୍ରେନ ନିର୍ମାଣ, ହେଉଛି ଅର୍ଥ ହାନୀ

କେନ୍ଦୁଝର ସହର ୧୭ ନମ୍ୱର୍ ୱାର୍ଡ ବଡହଳ ଅଞ୍ଚଳରେ ଭଲ ଡ୍ରେନର ସ୍ଲାବ୍ କୁ ଡ୍ରିଲ ସାହାଯ୍ୟରେ ଭାଙ୍ଗି ଦିଆଯାଉଥିବାରୁ ସରକାର ଙ୍କ ଅଯଥା ଅର୍ଥ ହାନୀ ଘଟୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବର୍ଷେ ତଳେ ନିର୍ମାଣ ହୋଇଥିବା ସ୍ଲାବ କୁ ଭାଙ୍ଗି ଦିଆଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ଅନେକ ଅଞ୍ଚଳରେ ଡ୍ରେନ ନ ଥିବାରୁ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନ ପାରି ଏଣେ ତେଣେ ଜମା ହୋଇ ବାହାର ପାଣି ଘରେ ପଶି କୃତିମ୍ ବନ୍ୟା ସୃଷ୍ଟି କରୁଛି। ସେହିପରି ମନ ଇଚ୍ଛା ଡ୍ରେନ ନିର୍ମାଣ ହେଉଥିବାରୁ ଏବଂ ତଳ ମୁଣ୍ଡରେ ଡ୍ରେନ ସଂପ୍ରସାରଣ କରାଯାଉନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ପାରିନାହିଁ। ତେବେ ଏଠାରେ ଡ୍ରେନ ସ୍ଲାବ ଭାଙ୍ଗି ଅର୍ଥ ଅପବ୍ୟୟ ହେଉଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes