ଅଖିଳ ଭାରତ ରାଜ୍ୟ ସରକାର କର୍ମଚାରୀ ମହାସଂଘର ଆହ୍ବାନ କ୍ରମେ ଆଜି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ପୁରୁଣା ପେନସନ ଲାଗୁ କରିବା, ଖାଲି ପଦବୀ ପୂରଣ କରିବା, ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରିବା, ଘରୋଇ କରଣ ବନ୍ଦ କରିବା, ଅଷ୍ଟମ ବେତନ କମିଶନ ଗଠନ କରିବା, ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିବା ଆଦି ସାତ ଦଫା ଦାବିରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଫଳରେ ଘରୋଇ ବସ ସେବା ସମେତ ଅନେକ ସ୍ଥାନରେ ଯାତାୟତ ବ୍ୟାହତ ହୋଇଛି।