ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଶିକ୍ଷା କ୍ଷେତ୍ରରେ ୨ଟି ବଡ଼ ଆହ୍ବାନ ଅଛି। ଡ୍ରପ୍ ଆଉଟ୍ ହ୍ରାସ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ୨ଟି ବଡ଼ ଆହ୍ବାନ। ତଥ୍ୟ ଅନୁସାରେ ୨୪% ଆଦିବାସୀ ପିଲା ଅଧାରୁ ପାଠ ଛାଡୁଛନ୍ତି, ତେଣୁ ଆମେ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଲାଗୁ କଲୁ, ଏହାଦ୍ବାରା ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି।
ଫଳରେ ଡ୍ରପ୍ ଆଉଟ୍ ଯଥେଷ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି। ଗୁଣାତ୍ମକ ଶିକ୍ଷା ପ୍ରଦାନ ମଧ୍ୟ ବଡ଼ ଆହ୍ବାନ, ବିଶେଷକରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ, ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଓ ଭିତ୍ତିଭୂମି ଆବଶ୍ୟକ କହିଛନ୍ତି ମୁଖ୍ୟମନ୍ତ୍ରୀ।