ଡ୍ରପଆଉଟ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଜିଲ୍ଲାପାଳଙ୍କୁ ସଚିବଙ୍କ ଚିଠି

କରୋନା ମହାମାରୀ ପାଇଁ ଦୁଇବର୍ଷ ସ୍କୁଲରେ ଅଫଲାଇନ ପାଠପଢା ବାଧାପ୍ରାପ୍ତ ହେବା ପରେ ଏବେ ସ୍କୁଲରେ କ୍ଲାସ ରୁମ ପଢା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ବହୁ ଛାତ୍ରଛାତ୍ରୀ ସ୍କୁଲ ଆସୁନଥିବା ପରିଲକ୍ଷିତ ହୋଇଛି l 70% ଛାତ୍ରଛାତ୍ରୀ ଆସୁଥିବା ଦୈନିକ ଉପସ୍ଥାନରୁ ଜଣାପଡୁଥିଲେ ମଧ୍ୟ ଅନେକ ଜିଲ୍ଲାରେ ଉପସ୍ଥାନ ଏହାଠାରୁ ମଧ୍ୟ କମ ରହିଛି l

ତେଣୁ ରାଜ୍ୟ ସରକାରଙ୍କ ଲର୍ଣ୍ଣିଙ୍ଗ ରିକୋଭରୀ ପ୍ଲାନ ଆଧାରରେ ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଆଣିବା ପାଇଁ ଯୋଜନା କରିବାକୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes