ଡେଙ୍ଗୁ ପାଇଁ ଡ୍ରେନ ବୁଲିଲେ, ଔଷଧ ସିଞ୍ଚିଲେ ମେୟର

ଭୁବନେଶ୍ୱରର ୱାର୍ଡ ନମ୍ବର ୩ ଓ ଅନ୍ୟାନ୍ୟ ଅଞ୍ଚଳରେ ଡେଙ୍ଗୁ ଭୟ ଥିବାରୁ ସ୍ଥାନୀୟ କର୍ପୋରେଟର ତଥା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀଙ୍କ ସହ ମିଶି ସ୍ଥାନୀୟ ଅଂଚଳ ପରିଦର୍ଶନ କରିଛନ୍ତି ମେୟର ସୁଲୋଚନା ଦାସ l

ଏଥିସହ ଲୋକ ଲଗାଇ ବିଭିନ୍ନ ଔଷଧ ସିଞ୍ଚନ କରିଛନ୍ତି l ଏହି ଅବସରରେ ମେୟର କହିଛନ୍ତି, ଆମେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛୁ ଏବଂ ଭେକ୍ଟର ଜନିତ ହେଉଥିବା ରୋଗର ବିସ୍ତାରକୁ ରୋକିବା ପାଇଁ ପଦକ୍ଷେପ ଆରମ୍ଭ କରିଛୁ l ଦୟାକରି ଆମ ସହିତ ସହଯୋଗ କରନ୍ତୁ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version