ଡିଜେ ଗାଡ଼ିରେ ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା ଲାଗିଛି। ଆଇନ ଅନୁଯାୟୀ ଜରିମାନା ସହ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ ହେବ। ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ବେଆଇନ। ଡିଜେ ଗାଡ଼ି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ(STA) ଏହି ସବୁ କଟକଣା ଜାରି କରିଛି।
ପାର୍ବଣ ଋତୁରେ ଏଭଳି ବେଆଇନ ଯାନକୁ ବ୍ୟବହାର ନକରିବାକୁ ଅନୁରୋଧ କରିଛି ଏସଟିଏ। ଏଥିସହ ପୋଲିସ ବିଭାଗର ମଧ୍ୟ ସହଯୋଗ ଲୋଡ଼ିଛି ଏସଟିଏ। ନିୟମ ଉଲଂଘନ କରୁଥିଲେ ଡିଜେ ଗାଡ଼ି ଜବତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।