ଡିଜେଲ ଚୋରଙ୍କ ଟେର ପାଉନି ତୁରୁମୁଙ୍ଗା ପୋଲିସ

କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇଯାଇଥିବା ୪୯ ନମ୍ବର ମୁମ୍ବେଇ କଲି କତା ଜାତୀୟ ରାଜପଥ ର ତୁରୁମୁଙ୍ଗା ବଜାର ଉପରେ ଛିଡା ହୋଇଥିବା ୪ଟି ଟ୍ରକରୁ ଶୁକ୍ରବାର ବିଳମ୍ବିତ ରାତ୍ରି ଦୁର୍ବୃତ୍ତ ଡିଜେଲ ଚୋରୀ କରି ନେଇଥିବା ଜଣା ପଡିଛି l

ତେବେ ପ୍ରତିଦିନ ନାଇଟ ପେଟ୍ରୋଲିଂଗ କରୁଥିବା ପୋଲିସ ଟିମ ଡିଜେଲ ଚୋର ଙ୍କ ଟେର ପାଇ ପାରିନଥିବା ଜଣା ପଡ଼ିଛି। ବିଳମ୍ବିତ ରାତିରେ ଗାଡି ଗୁଡିକ ରାଜପଥ କଡ଼ରେ ଛିଡା କରି ଗାଡିର ଡ୍ରାଇଭର ବିଶ୍ରାମ ନେଇଥିବା ସମୟ ରେ ଏହି ୪ଟି ଗାଡିରୁ ଟାଙ୍କି ଖୋଲି ଶହେ ଲିଟାର ରୁ ଉର୍ଦ୍ଧ୍ଵ ଡିଜେଲ ଚୋରୀ ହୋଉଥିବା ଜଣା ପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes