ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି, ଡିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି, ପୁଅଙ୍କ ତୁଳନାରେ ଅଧିକ ଝିଅ ସ୍ୱର୍ଣ୍ଣ ପଦକ ପାଇଥିବାରୁ ଆହୁରି ଖୁସି, ମା, ଭଉଣୀ ହେଉଛନ୍ତି ସେବାର ପ୍ରତୀକ, ଝିଅମାନେ ଅଧିକରୁ ଅଧିକ ଡାକ୍ତର ହେଲେ ସେବା କାର୍ଯ୍ୟ ଜୋରଦାର ହେବ।
ଗୁଣାତ୍ମକ ଚିକିତ୍ସା ଯୋଗୁଁ ଦେଶ ବାହାରୁ ଚିକିତ୍ସା ପାଇଁ ଏମ୍ସ ଆସୁଛନ୍ତି ରୋଗୀ। ଗତ ୧୦ ବର୍ଷରେ ୧୦ ଲକ୍ଷ ଲୋକ ଏମ୍ସରେ ଚିକିତ୍ସିତ ହୋଇଛନ୍ତି। ବାଲ୍ୟବସ୍ଥା ଗାଁରେ କଟିଛି, ଗାଁରେ ଲୋକେ ଡାକ୍ତରଙ୍କୁ ଭଗବାନ ମାନନ୍ତି, ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ, ଡାକ୍ତରୀ ସେବାର ଅନ୍ତ ନାହିଁ, ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେବା ଯୋଗାଇବେ।
ଏହା ୧୦ରୁ ୫ ଡ୍ୟୁଟି ନୁହେଁ, ସବୁବେଳେ କାମ କରିବାକୁ ହେବ, ଆଉ ଏଥିରୁ ଆପଣଙ୍କୁ ଯେଉଁ ଆତ୍ମସନ୍ତୋଷ ମିଳିବ, ଏହାର ତୁଳନା ନାହିଁ କହିଛନ୍ତି ରାଷ୍ଟ୍ରପତି।