ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ମୃତ୍ୟୁଞ୍ଜୟ ନଗର ଠାରେ ଉପଖଣ୍ଡସ୍ତରୀୟ ସତସଙ୍ଗ କେନ୍ଦ୍ର ପକ୍ଷରୁ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ନଗର ପରିକ୍ରମା ସହ ‘ବିଶେଷ ସତସଙ୍ଗ ଉତ୍ସବ’ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମାଙ୍ଗଳିକ ବେଦ, ଉଷା କିର୍ତ୍ତନ୍ୟ, ସମବେତ ପ୍ରାର୍ଥନା, ଗ୍ରନ୍ଥ ପାଠ, ମାତୃ ସମ୍ମିଳନୀ, ନଗର କୀର୍ତ୍ତନ, ସନ୍ଧ୍ୟା ପ୍ରାର୍ଥନା ଓ ଆଧ୍ୟାତ୍ମିକ ପ୍ରବଚନ ଆଦି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।