କେନ୍ଦୁଝର ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବେଇ କଲିକତା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ନିକଟରେ ଗୁରବାର ଏକ ଟ୍ରକ ଧକ୍କାରେ କାରର ସମ୍ମୁଖ ଭାଗ ଚୁରମାର ହୋଇଯାଇଛି ।
ସୂଚନା ଯେ ମୟୁରଭଞ୍ଜ ଜିଲ୍ଲା ସିଙ୍ଗିଡା ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ସହ ଏକ କାରର ସମ୍ମୁଖ ଭାଗ ଧକ୍କା ହୋଇଥିଲା। କାରଟି ଝାର ବେଡା ସର୍ଭିସ ରୋଡ଼ରୁ ଏନ ଏଚକୁ ଉଠୁଥିବା ବେଳେ କାରକୁ ଟ୍ରକ ଧକ୍କା ଦେଇ ଘୋଷାରିନେଇଛି।