ଟ୍ରକ୍ ଭିତରେ ଡ୍ରାଇଭରଙ୍କ ମୃତଦେହ, ହତ୍ୟା ସନ୍ଦେହ

କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବନାଯୋଡି ଟୋଲଗେଟ ନିକଟ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍ ଭିତରୁ ଜଣେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି।

କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଅନ୍ୟ କଣ କାରଣ ସେ ନେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଚାଲିଛି ବୋଲି ସଦର ଥାନା ଅଧିକାରୀ ସୁନିଲ କର ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes