ଟ୍ରକ୍ ପଛରେ ପିଟିଲା ଭ୍ୟାନ, ୮ ମୃତ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଦିଗପହଣ୍ଡି ପୋଡ଼ାମାରି ଗ୍ରାମରୁ ଯାତ୍ରୀଙ୍କୁ ନେଇ ତାରିଣୀ ଦର୍ଶନ ପାଇଁ ଆସୁଥିବା ଏକ ଭ୍ୟାନ ଘଟଗାଁ ନିକଟ ବାଲିଯୋଡି ବାଙ୍କ ଠାରେ ଏନଏଚ ୨୦ରେ ଏକ ଟ୍ରକ୍ ପଛରେ ଧକ୍କା ଦେବା ଫଳରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଥିବା ଜଣା ପଡିଛି।

ଆହତମାନଙ୍କୁ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିରେ କେତେକ ଛୋଟ ପିଲା ଥିବା ଜଣାପଡ଼ିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ଭାଙ୍ଗି ଚୁରମାର୍ ହୋଇଯାଇଛି। ଗଜେନ୍ଦ୍ର ପ୍ରଧାନଙ୍କ ପରିବାରର ତିନି ଜଣା ଓ ଅନ୍ୟ ଏକ ପରିବାରର ପାଞ୍ଚ ଜଣ ପ୍ରାଣ ହରାଇଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes