ସଦର ଥାନା ଅନ୍ତର୍ଗତ ଅଞ୍ଜାର – ଡଙ୍ଗାପାଣି ରାସ୍ତା ଏନଏଚ ୪୯ ରେ ଶନିବାର ଶହ ଶହ ଟ୍ରକ୍ ଛିଡା ହୋଇଥିବାରୁ ସାଧାରଣ ଲୋକଙ୍କ ଯାତାୟତ ବ୍ୟାହତ ହୋଇଛି। ଭୁଲ ରାସ୍ତାରେ ଗାଡି ଚଳାଚଳ, ରାସ୍ତା କଡରେ ପାର୍କିଂ ଆଦି କାରଣରୁ ରାସ୍ତା ରେ ଟ୍ରକର ଲମ୍ବା ଧାଡ଼ି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି।
ସଦର ଥାନା ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିବାରେ ନୟାନ୍ତ ହୋଇ ଯାଇଥିଲେ ହେଁ ରାସ୍ତା ମୁକ୍ତ କରିବା ରେ ବିଫଳ ହେଉଛି। ଏପରିକି ବେଆଇନ ଭାବରେ ହାତୀ ଚଲାପଥ ଅଞ୍ଚାଳରେ ମଧ୍ୟ ଟ୍ରକ୍ ପାର୍କିଂ ଚିନ୍ତାର ବିଷୟ ହୋଇଛି। ଖଣି ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ସୃଷ୍ଟିହେଉଛି।