ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନଳଚନ୍ଦ୍ରପୁର ଗ୍ରାମର ହେମନ୍ତ ବିଶୋଇ ଆଜି ହଳ ନେଇ ବିଲକୁ ଯାଉଥିବା ବେଳେ ସେହି ଗ୍ରାମର ସୁରେଶ ସାହୁ ମୁଣ୍ଡରେ ତାଙ୍କୁ ଟାଙ୍ଗିଆ ଚୋଟ ମାରିଦେଇଥିଲେ।
ଏନେଇ ସେ ଗୁରୁତର ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ତାଙ୍କ ପୁଅ ବଅଁରପାଳ ଥାନାରେ ଅଭିଯୋଗ କରିବାରୁ ତାଙ୍କୁ ପୋଲିସ ଗିରଫ କରିଛି।