ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରତିକ୍ରିୟା ରଖିଛନ୍ତି। ମହିଳାଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ, କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବନି, ଏହି ଯୋଜନା ମାଧ୍ୟମ ସାଜିବ। ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ କରିବ। କନ୍ୟାଙ୍କ ପ୍ରତି ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟିରେ ବଡ଼ ଭୂମିକା ଗ୍ରହଣ କରିବ। ଝିଅଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ ଜୀବନ ପ୍ରଦାନ ଆମର ଲକ୍ଷ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ।