ଡକାୟତି ଯୋଜନା ବେଳେ ବ୍ରଜରାଜନଗର ଗାନ୍ଧିଛକ ବାସିନ୍ଦା ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ଏନ୍କାଉଣ୍ଟର ହୋଇଛି। ପୋଲିସର ଚଢ଼ାଉ ବେଳେ ଗୁଳି ବିନିମୟ ହୋଇଥିଲା। ଅନ୍ୟ ସହଯୋଗୀ ଫେରାର ଅଛି। ଜୟ ଚୌହାନ ନାଁରେ ୧୦ରୁ ଊର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଛି। ତାଙ୍କର ଡାହାଣ ଗୋଡ଼ରେ ବାଜିଛି ଗୁଳି। ତାକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏନ୍କାଉଣ୍ଟର ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି।