ବେଆଇନ ଭାବେ ଝାରସୁଗୁଡ଼ା ଓରିଏଣ୍ଟ ପୁଲିସ ଷ୍ଟେସନରେ ୪୨୧ ବେଙ୍ଗଲି ଶ୍ରମିକଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ଭିତରେ ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକ ଅଛନ୍ତି କହିଛନ୍ତି ପଶ୍ଚିମବଙ୍ଗ ସାଂସଦ ମହୁଆ ମୈତ୍ର।ଭିଡିଓ ଜାରି କରି ମହୁଆ କହିଛନ୍ତି, ” ଭାବିବା ଉଚିତ ନୁହଁ ଯେ ସେମାନଙ୍କ ପାଇଁ ଲଢ଼େଇ କରିବାକୁ କେହି ନାହାନ୍ତି। ମୋ ନିର୍ବାଚନ ମଣ୍ଡଳୀର ୨୩ ଶ୍ରମିକଙ୍କର ସବୁ ବୈଧ ପ୍ରମାଣପତ୍ର ରହିଛି, ବିଗତ ଦିନରେ ହେଉ ନ ଥିଲା, ବିଜେପି ସରକାର ଆସିଲା ପରେ ହେଉଛି। ଓଡ଼ିଶାକୁ ୫୦% ପର୍ଯ୍ୟଟନ ରାଜସ୍ବ ବେଙ୍ଗଲରୁ ହିଁ ଯାଉଛି। ଯଦି ଆପଣ ଆମ ଶ୍ରମିକଙ୍କୁ ଅଟକାଇବେ, ଆମ ପର୍ଯ୍ୟଟକ ଆଉ ଯିବେ ତ’, ଓଡ଼ିଶା ସରକାର ଗୁରୁତର ସହ ନେଇ ତୁରନ୍ତ ମୁକ୍ତି କରନ୍ତୁ କହିଛନ୍ତି ସାଂସଦ ମହୁଆ ମୈତ୍ର।