ଝାରମୁଣ୍ଡା ଦଳ ଗନିଆକୁ ୪-୨ରେ ହରାଇ ବିଜୟୀ

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ଅନ୍ତର୍ଗତ ବକଟି ଫୁଟବଲ ଆସୋସିଏସନ ପକ୍ଷରୁ ଏକ ପାଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା।

ଏଥିରେ ୧୬ଟି ଦଳ ଭାଗ ନେଇଥିଲେ। ଫାଇନାଲରେ ଗନିଆ ଓ ଝାରମୁଣ୍ଡାଦଳ ମଧ୍ୟରେ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା ଏବଂ ଝାରମୁଣ୍ଡା ଦଳ ଗନିଆ ଦଳକୁ ୪-୨ରେ ଟ୍ରାଇ ବ୍ରେକରରେ ପରାସ୍ତ କରିଥିଲା। ମୁଖ୍ୟ ଅତିଥି ଭାବେ ବିଜେଡି ନେତା ଶ୍ରୀ ପାଣ୍ଡବ ଚରଣ କୁମ୍ଭାର ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ଓ ନଗଦ ରାଶି ପ୍ରଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes