ଜୁନ୍ ୨ ତାରିଖରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ବିଭାଗର ସମୀକ୍ଷା ହେବ। ୨ ବର୍ଷର ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଉଛନ୍ତି ସବୁ ବିଭାଗର ମନ୍ତ୍ରୀ। ୯ ତାରିଖ ଭିତରେ ସବୁ ବିଭାଗର ରିପୋର୍ଟ ସମୀକ୍ଷା ଶେଷ ହେବ। ରିପୋର୍ଟ କାର୍ଡ ସମୀକ୍ଷା ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ୨ ବର୍ଷ ମଧ୍ୟରେ ଆମ ବିଭାଗ ବହୁତ କାମ କରିଛି, ପୂର୍ବରୁ ମେଟାଲ ସେକ୍ଟରରେ ଅଧିକ ପୁଞ୍ଜି ନିବେଶ ଆସୁଥିଲା, ଏବେ ଅକ୍ଷୟ ଶକ୍ତି, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଧିକ ପୁଞ୍ଜି ଆସୁଛି। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଆ ପିଲାଙ୍କୁ ବିଶ୍ୱସ୍ତରରେ ସଫଳତା ମିଳୁଛି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes