କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ମୁଣ୍ଡରାଗୁଡା ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଓଡ଼ିଶା ଶିଳ୍ପ ନିର୍ଦ୍ଦେଶାଳୟ ମିଳିତ ଆନୁକୁଲ୍ୟରେ ଗତ ୧୫ଦିନ ଧରି ଚାଲିଥିବା ଜୀବନ ଜୀବିକା ଉଦ୍ୟୋଗ ବିକାଶ ଶିବିର ଆଜି ଉଦଯାପିତ ହୋଇଯାଇଛି ।
ଏଥିରେ ୩୦ଜଣ ବ୍ୟକ୍ତି ଯୋଗ ଦେଇଥିଲେ ।ଉଦଯାପନୀ ଉତ୍ସବରେ ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ମାନସ କୁମାର ମୁଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ୟୋଗ ଉପରେ ଆଲୋକପାତ କରିଥିଲେ ।