ଜିଲ୍ଲା କୃଷକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଦେବଗଡ ଜିଲ୍ଲା କୃଷକ ସଙ୍ଘ ସଭାପତି ପ୍ରମୋଦ ଝାଙ୍କର ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବାର୍ଦ୍ଧକ୍ୟ ଭତା, ଉଠା ଜଳସେଚନ ଏବଂ କୃଷି ସାମଗ୍ରୀ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ମାସ ମାସ ଧରି ଜମା ଖାତାରେ ବାର୍ଦ୍ଧକ୍ୟ ଭତା ଟଙ୍କା ପଡୁନଥିବା ଏବଂ ଜିଲ୍ଲାର ଅର୍ଦ୍ଧାଧିକ ଉଠା ଜଳସେଚନ ପ୍ରକଳ୍ପ ଅଚଳ ପଡିଥିବାରୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଦାବି ହୋଇଛି । ଏଥିସହ ମେ ୩୧ ସୁଦ୍ଧା ସେବା ସମବାୟ ସମିତି ଓ ସରକାରୀ ଡିଲରଙ୍କୁ ଧାନ ବିହନ, ସାର, ଔଷଧ ଆଦି ଯୋଗାଇ ଦେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version