ଆଜି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ ପାଢ଼ୀଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ଟି ସାମୁହିକ ଓ ୮୪ଟି ବ୍ୟକ୍ତିଗତକୁ ମିଶେଇ ମୋଟ ୯୦ଟି ଅଭିଯୋଗ ଶୁଣାଣୀ ପାଇଁ ପଞ୍ଜିକୃତ ହୋଇଥିଲା । ଗ୍ରହଣ କରାଯାଇଥିବା ଅଭିଯୋଗ ଗୁଡିକ ମଧ୍ୟରୁ ୧୮ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡ଼ିକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠା ଯାଇଥିଲା ।
