ସମସ୍ତ ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
GST ସଂଶୋଧନ ହେବା ପୂର୍ବରୁ ସାମଗ୍ରୀରେ ନୂଆ ଦର ଉଲ୍ଲେଖ ଜରୁରୀ।ହ୍ରାସ ପାଇଥିବା GST ଅନୁସାରେ ନୂଆ ଦର ଲାଗୁ ହେବା ଆବଶ୍ୟକ।ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଉକ୍ତ ନିର୍ଦ୍ଦେଶନାମା ଲାଗୁ ହେବ ଏବଂ ପୁରୁଣା ମୂଲ୍ୟକୁ ନ ଲିଭାଇ ତା ପାଖରେ ନୂଆ ମୂଲ୍ୟ ଉଲ୍ଲେଖ ରହିବ କହିଛନ୍ତି ମନ୍ତ୍ରୀ।