ଜାତୀୟ ରାଜପଥରେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଟ୍ରକ

କେନ୍ଦୁଝର ଜିଲା ଜିଲା ପାଟଣା ବ୍ଲକ ଚିଲିଦା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତ୍ରି ଏକ ଅଜଣା ଟ୍ରକ ଧକ୍କାରେ ଜଣେ ୬୭ ବର୍ଷୀୟା ବିଧବା ବୃଦ୍ଧା ଙ୍କଘଟଣା ସ୍ଥଳ ରେ ମୃତ୍ୟୁ ଘଟିଛି।ମୃତ ମହିଳା ଜଣକ ହେଉଛନ୍ତି ତୁରୁମୁଙ୍ଗା ଥାନା ଚିଲିଦା ଗ୍ରାମର ଶ୍ରଦ୍ଧା ମଣୀ ମହାନ୍ତ। ସୂଚନା ଯେ ସେ ରାସ୍ତା ପାର ହେଉଥିବା ବେଳେ ଏକଅଜଣା ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେକିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes