ଜାତୀୟ ପ୍ରତୀକ ଅପବ୍ୟବହାର ରୋକିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରତୀକର ତ୍ରୁଟିପୂର୍ଣ୍ଣ ବ୍ୟବହାର ସମ୍ପର୍କିତ PIL ଉପରେ ନିର୍ଦ୍ଦେଶ ଦେବା ସହ ଅପବ୍ୟବହାର ରୋକିବା ପାଇଁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୫ଟି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବା ସହ ଅପବ୍ୟବହାର ସମ୍ପର୍କରେ ଅଭିଯୋଗ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଖୋଲାଯିବ। ଅଭିଯୋଗର ୬ ସପ୍ତାହ ମଧ୍ୟରେ ତ୍ରୁଟି ସୁଧାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ରହିଛି। ତ୍ରୁଟି ସଂଶୋଧନ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।