ଜଳୁଛି ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟ

ଗତକାଲି ରାତି ପ୍ରାୟ ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ଲାଗିଛି ନିଆଁ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଛି। ଦୀର୍ଘ ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ। ନିଆଁ ଲିଭାଇବାରେ ଲାଗିଛି ଅଗ୍ନିଶମ ବାହିନୀ।

ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ନିଆଁ ପାଣିରେ ଆୟତ୍ତ ହେଉନି, ଫୋମ୍ ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ କରାଯାଉଛି। କାନ୍ଥ ଭାଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ କରୁଛୁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes