ଔଷଧ ଦୋକାନ ବନ୍ଦ ଡାକର ପ୍ରଭାବକୁ ନେଇ ସତର୍କ ହୋଇଛନ୍ତି ଓଡ଼ିଶା ସରକାର। ମେ’ ୨୦ରେ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି AIOCD- ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍।
ଅନ୍ଲାଇନ୍ ମେଡିସିନ୍ ବିକ୍ରିକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି।ସାଧାରଣ ଲୋକ ଯେପରି ଅସୁବିଧାରେ ନପଡ଼ନ୍ତି ସେନେଇ ଗୁରୁତ୍ୱ ଦେଇଛନ୍ତି ସରକାର। ଜୀବନରକ୍ଷାକାରୀ ଔଷଧର ଅଭାବ ନହେବା ଉପରେ ଗୁରୁତ୍ୱ ଦେବା ସହ ହସ୍ପିଟାଲ୍ରେ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।